ଓଡ଼ିଆ ଅସ୍ମିତା

ନିଜ ମାଟିର ଗୁଣ ଚିହ୍ନି ତା’ର ଗୌରବମୟ ଅତୀତକୁ ଜାଗ୍ରତ କରିବା ସହ ବର୍ତ୍ତମାନ ଓ ଭବିଷ୍ଯତର ବିକାଶ ପାଇଁ ନିରନ୍ତର ଚେଷ୍ଟା କରିବା ହିଁ ଅସଲ ଅସ୍ମିତା।
“ସଂଭାବନା” ଅନୁଷ୍ଠାନ ସେ ଦିଗରେ ବିନା କୌଣସି ସରକାରୀ ପ୍ରୋତ୍ସାହନରେ ଦୀର୍ଘ କୋଡ଼ିଏ ବର୍ଷ ଧରି କାମ କରିଚାଲିଛି।
ବିଂଶତି ସମ୍ବତ୍ସର ପୂର୍ତ୍ତି ଉପଲକ୍ଷେ ଗତକାଲି ଆୟୋଜିତ ହୋଇଥିଲା ଅନୁଷ୍ଠାନର ଏ ସଂବୋଧନୀ ସଭା।
ବିଷୟ – “ଓଡ଼ିଶା: କାଲି ଓ ଆଜିର”। କାଲି କଥାଟି ଉଭୟ ଗତକାଲି ଏବଂ ଆସନ୍ତାକାଲି ପାଇଁ। ଉପବିଷୟ ଥିଲା – ଐତିହ୍ୟ, ଇତିହାସ ଓ ପର୍ଯ୍ୟଟନ।
ଐତିହ୍ୟ ନ ଥିଲେ ଇତିହାସ ଫିକା। ଇତିହାସ ନ ଥିଲେ ଐତିହ୍ୟ କଥା କିଏ କହନ୍ତା? ପୁଣି ଐତିହ୍ୟ ନ ଥିଲେ କାହାକୁ ନେଇ ପର୍ଯ୍ୟଟନ? ତିନିଗୋଟିଯାକ ବିଷୟ ପରସ୍ପର ସହିତ ଯୋଡ଼ା।
ଖୁବ ଭଲ ଆଲୋଚନା ହେଲା।
ମୋ’ ଓଡ଼ିଶା କେତେ ଗୌରବଶାଳୀ ସତେ!
କଳିଙ୍ଗ ଯୁଦ୍ଧରୁ ଆମେ ଓଡ଼ିଶାକୁ ଖୋଜୁଛେ। ତା’ ଆଗରୁ କିନ୍ତୁ କଳିଙ୍ଗ, ଉତ୍କଳ, କଙ୍ଗୋଦ, କୋଶଳ ମିଶା ଏ ଭୂଗୋଳ ଥିଲା ଅତି ପ୍ରସିଦ୍ଧ।
ପାଲୁର, କଲିଙ୍ଗପାଟଣା ଓ ତାମ୍ରଲିପ୍ତି ଭଳି ବନ୍ଦର ଏବଂ ରାଧାନଗର,ଶିଶୁପାଳଗଡ଼,ତାଲପଡ଼ା,ଜଉଗଡ଼, ଲାଠି ତଥା ଦନ୍ତପୁର ଭଳି ସମୃଦ୍ଧ ସହର ମୁଣ୍ଡ ଟେକିଥିଲେ ଏ ଭୂଇଁରେ।
ଦୁନିଆ ଏ କଥା ଏବେ ଏବେ ଜାଣିବାକୁ ଆରମ୍ଭ କଲାଣି। ପ୍ରତ୍ନଖନନ ଚାଲିଛି। କଡ଼ ଲେଉଟାଉଛି ଇତିହାସ। ହଜା ଐତିହ୍ୟ ମାଜି ହୋଇ ଉପରକୁ ଆସୁଛି।
ପର୍ଯ୍ୟଟନ ଏବେ ସାରା ବିଶ୍ବରେ ଧୂମହୀନ ସବୁଠାରୁ ସଫଳ ଶିଳ୍ପ।
ଓଡ଼ିଶା ପୂନେଇଁ ଜହ୍ନ ପାଲଟିବ।
ଯୋଜନା ଲୋଡ଼ା, କର୍ମନିଷ୍ଠା ଚାହି।
ଜୟ ସଂଭାବନା।
ଜୟ ଓଡ଼ିଶା।

Leave a Comment

Your email address will not be published. Required fields are marked *

Scroll to Top