କଳିଙ୍ଗ ଲିଟରେଚର୍ ଫେଷ୍ଟିଭାଲ୍, ଭୁବନେଶ୍ୱରର ଦ୍ବିତୀୟ ଦିବସ।
୨୨/୦୩/୨୦୨୫
ଅପରାହ୍ଣ।
ଆଲୋଚନାର ବିଷୟ ଥିଲା: ଓଡ଼ିଆ ଗଳ୍ପର କଥନ କଳା।
କବି ବେଦ ପ୍ରକାଶ ନାୟକ ସ୍ବାଗତ କଲେ। ଆଲୋଚନାର ସଞ୍ଚାଳନ କରିଥିଲେ ଗାଳ୍ପିକ ସୁବ୍ରତ ସେନାପତି। ମତ ରଖିଲେ ବିୟତ୍ପ୍ରଜ୍ଞା ତ୍ରିପାଠୀ, ଦିଲ୍ଲୀପ ବେହେରା, କ୍ଷୀରୋଦ ବିହାରୀ ବିଶ୍ବାଳ ଓ ସଞ୍ଜୟ ପଣ୍ଡା। ସମସ୍ତେ ଭଲ ଗଳ୍ପଶିଳ୍ପୀ। ବିୟତ୍ପ୍ରଜ୍ଞା ତ ଜଣାଶୁଣା।
କ୍ଷୁଦ୍ରଗଳ୍ପରେ କାହାଣୀ ଓ ଶୈଳୀକୁ ନେଇ ପୁଣି ଭଲ କ୍ଷୁଦ୍ରଗଳ୍ପ ନିର୍ମାଣରେ କର୍ମଶାଳାର ଆବଶ୍ଯକତାକୁ ନେଇ ମତ ବିନିମୟ ହେଲା।
ଗଳ୍ପର ସଜାଣ ଏବଂ ଆକର୍ଷଣ ପାଇଁ ଶୈଳୀ ଲୋଡ଼ା ହେଲେ ମଧ୍ୟବିନ୍ଦୁରେ କାହାଣୀଟିଏ ନଥିଲେ ତାହା କ’ଣ କେବେ ଭଲ ଗପ ହୁଏ? ସେମିତି କର୍ମଶାଳା ହୁଏତ ପ୍ରେରଣା,ପରାମର୍ଶ ଓ ସହବୋଧ ଦେବ ହେଲେ ଭଲ ଗପ ନିର୍ମାଣର କଳା, କୌଶଳ ତଥା ଗଳ୍ପୋଚିତ ଭାଷା କର୍ମଶାଳା ଯୋଗାଇବ କାହୁଁ?
ରଚନାତ୍ମକତା ଲାଗି ବ୍ୟାକରଣ କ’ଣ ଅଛି?
ଭାଷା,ସାହିତ୍ୟ, ସମାଜ, ସଭ୍ୟତା ଓ ଇତିହାସ ପାଇଁ ଗଳ୍ପର ଭୂମିକା ଅନନ୍ୟ।
କଥନକଳାର ଚମତ୍କାରିତା ସହ ବିଷୟବସ୍ତୁର ଛାତିଛୁଆଁଭାବ ନ ଥିଲେ ଗଳ୍ପ କ’ଣ କେବେ କାଳଜୟୀ ହେବ?
ମୋ ସମୟର ସବୁ ଗାଳ୍ପିକଙ୍କୁ ଅଭିନନ୍ଦନ।