ପୁଣ୍ୟଶ୍ଲୋକ କୃତାର୍ଥ ଆଚାର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ

ସ୍ଥାନ: ବିଜୁ ପଟ୍ଟନାୟକ ଟାଉନ୍‌ହଲ୍‌, ବରଗଡ଼।
ଆଚାର୍ଯ୍ୟ ମହୋଦୟ ସଂସାର ଛାଡ଼ିବାର ଛୟାଳିଶ ବର୍ଷ ହେଲାଣି ହେଲେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ସମ୍ବଲପୁରୀ ବସ୍ତ୍ରାଳୟ ( ସସୀମ ସମବାୟ) ଦୃପ୍ତ ପଦପାତ ସହ ଆଗେଇ ଚାଲିଛି। ବୟନ ଓ ବାନ୍ଧକଳା କ୍ଷେତ୍ରରେ ଆଚାର୍ଯ୍ୟ ଆପଣେ ଜାତୀୟ ତଥା ବିଶ୍ବଦରବାରରେ ଓଡ଼ିଶାର ମୁଖ କେବଳ ଉଜ୍ଜଳ କରିନାହାନ୍ତି ଅଧିକନ୍ତୁ ଦୁଇହଜାର ଛଅଶହବର୍ଷ ତଳର ଏକ ମୌଳିକ କଳାକୌଶଳକୁ ଉଜାଗର କରିଛନ୍ତି। ହଜାର ହଜାର ବୟନଶିଳ୍ପୀ ପରିବାରକୁ ରୋଜଗାରକ୍ଷମ କରିବା ସହ ଗୌରବମଣ୍ଡିତ କରିଛନ୍ତି।
ଅକଥନୀୟ ଦାରିଦ୍ର୍ୟରୁ ଉଠି ଜାତିଭେଦ ଭୁଲି ଜାତୀୟ ଜାଗରଣ ସହ କୃଷିଠାରୁ ଆରମ୍ଭ କରି ଶିଳ୍ପ ଓ ଶିକ୍ଷା ଜଗତରେ ସେ ଯେଉଁ ନୂଆପଣ ଆଣିଛନ୍ତି ସେଥିପାଇଁ ସାରା ଓଡ଼ିଶା ତା’ଙ୍କ ପାଖରେ ଋଣୀ ରହିବ।
ମାଟ୍ରିକ୍‌ ଶେଷ କରି ନ ଥିଲେ ମାତ୍ର ପଦ୍ମଶ୍ରୀରୁ ପିଏଚଡି ଆପେ ଯାଇ ଉତ୍ତରୀୟ ସାଜିଥିଲେ ତା’ଙ୍କ ଗଳାରେ।
ବରଗଡ଼ କାହିଁକି ସାରା ଓଡ଼ିଶା ଏ ଯୋଗଜନ୍ମାଙ୍କର ଜୟନ୍ତୀ ପାଳିଲେ ଯୁବକୁଳ ଜାଣନ୍ତେ ଜୀବନସଙ୍ଘର୍ଷ କ’ଣ ଏବଂ ରଚନାତ୍ମକ ଉଦ୍ୟମିତା କାହାକୁ କହନ୍ତି।
କୃତାର୍ଥ ଶରଣଂ।
ଜୟ ଜଗନ୍ନାଥ।

Leave a Comment

Your email address will not be published. Required fields are marked *

Scroll to Top