ବିଷୁବ ମିଳନ

ପ୍ରଜାତନ୍ତ୍ର ପ୍ରଚାର ସମିତି ପରିସର, କଟକ।
୧୪/୦୪/୨୦୨୫, ପୂର୍ବାହ୍ଣ।
ସୋମବାର, ବୈଶାଖ, ମେଷ ଦି୧ନ।
୧୯୫୦ରୁ ଓଡ଼ିଶାର ଭାଷା,ସାହିତ୍ୟ ଓ ସଂସ୍କୃତିକୁ ଗୋଟିଏ ଚାନ୍ଦୁଆ ତଳେ ରଖି ନବଓଡ଼ିଶାର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଯେ ତୂର୍ଯ୍ୟନାଦ ଆରମ୍ଭ କରିଥିଲେ ତା’ର ସ୍ବର ଝଙ୍କାର ଏବେ ବି ସେ ପରିସରରେ ନିନାଦିତ। ପଣାସଂକ୍ରାନ୍ତି ଅବସରରେ ଭାଷା-ସାହିତ୍ୟର ଏହି ମହାମିଳନ ଭିତରେ କଟିଯାଏ ତିନିଦିନ। ଆଲୋଚନା, ପର୍ଯ୍ୟାଲୋଚନା, ପୁରସ୍କାର, ସମ୍ମାନ, ସମ୍ବର୍ଦ୍ଧନାରେ ସାହିତ୍ୟର ମହାଦୀପ ଶିଖରକୁ ଉଠେ। ଭାବନାବ, କୋଳାକୋଳି, ସମ୍ଭାଷଣରେ ସାରା ଓଡ଼ିଶା ଏକାକାର ହୁଏ।
ଅପୂର୍ବ ଏ ସମାବେଶ।
ଓଡ଼ିଶାର ଯେଉଁ ଓଡ଼ିଶାପଣ ତାର ଏକ ନିଛକ ପ୍ରତିଫଳନ ଏ ବିଷୁବମିଳନ। ଓଡ଼ିଆପ୍ରାଣତା, ଓଡ଼ିଆ ନବବର୍ଷ ସତେଯେମିତି ଏକାକାର ହୋଇଯାଏ ଏଇଠି ଏ ସମୟରେ।
ଉତ୍ସବର ସମସ୍ତ ଅତିଥିଙ୍କୁ ପ୍ରଣାମ।
ପୁରସ୍କାରପ୍ରାପ୍ତ ପ୍ରତିଭୂମାନଙ୍କୁ ଅଶେଷ ଶୁଭେଚ୍ଛା।
ସର୍ବୋପରି ଝଙ୍କାର ପତ୍ରିକା ଏବଂ ପ୍ରଜାତନ୍ତ୍ର ପରିବାରକୁ ଯଥୋଚିତ କୃତଜ୍ଞତା ଜଣାଉଛି।
ଜୟ ଜଗନ୍ନାଥ।

Leave a Comment

Your email address will not be published. Required fields are marked *

Scroll to Top