ଭାଷା ପ୍ରବନ୍ଧେ ଭାଗବତ,
ରଚିଲେ ଦାସ ଜଗନ୍ନାଥ।
ସାରଳା ଲେଖିଲେ ଭାରତ,
ଆଦିକବି ସେ ବହୁ ଖ୍ୟାତ।
ବଳରାମଙ୍କ ରାମାୟଣ,
ଦାଣ୍ଡିବୃତ୍ତରେ ଲେଖା ଜାଣ।
ମାତୃଭାଷାକୁ ଆଶ୍ରା କଲେ,
ଜାତିର ମୁଖ ଉଜ୍ଜଳିଲେ।
ଢାଳିଲେ ଅମୃତ ବଚନ,
ହେଳେ ତୋଷିଲେ ଜନମନ।
ସୁଜନେ ଘେନ ହେ ପ୍ରମାଣ,
ଗରବେ ହୁଅ ଭାଷାପ୍ରାଣ।
ଭାଷା ପ୍ରବନ୍ଧେ ଭାଗବତ,
ରଚିଲେ ଦାସ ଜଗନ୍ନାଥ।
ସାରଳା ଲେଖିଲେ ଭାରତ,
ଆଦିକବି ସେ ବହୁ ଖ୍ୟାତ।
ବଳରାମଙ୍କ ରାମାୟଣ,
ଦାଣ୍ଡିବୃତ୍ତରେ ଲେଖା ଜାଣ।
ମାତୃଭାଷାକୁ ଆଶ୍ରା କଲେ,
ଜାତିର ମୁଖ ଉଜ୍ଜଳିଲେ।
ଢାଳିଲେ ଅମୃତ ବଚନ,
ହେଳେ ତୋଷିଲେ ଜନମନ।
ସୁଜନେ ଘେନ ହେ ପ୍ରମାଣ,
ଗରବେ ହୁଅ ଭାଷାପ୍ରାଣ।