କିଏ ସବୁ ପଡ଼ିଥିଲେ କେଉଁଠି
ଗାଆଁରେ ସହରରେ କି ବୃଦ୍ଧାଶ୍ରମରେ
ଯେଉଁମାନେ ଯାଇ ସାରିଛନ୍ତି
ସେମାନେ ତ ଫଟୋରେ କି ସ୍ମୃତି ବିସ୍ମୃତିରେ
ଅଥଚ ଆଜି ଅନେକେ ଉଠି ଆସିଛନ୍ତି
ଫେସବୁକ୍ କାନ୍ଥକୁ
ପୁଅଝିଅଙ୍କ ଡାକରେ।
ମଦରସ୍ ଡେ ଅଛି ବୋଲି ସିନା!
ଏମିତିକା ଦିନଟିଏ ନ ଥିଲେ
ଆମେ ସବୁ କ’ଣ କରୁଥାନ୍ତେ ଆଜି!
କାହାର ଗେଲକରା ଫଟୋ ତ
କାହାର ପାଦପୂଜା ଫଟୋ
ମୋ ମାଆ ମୋ ବୋଉ
କେତେ ଭାଷା, କେତେ କୋହ
ଗୀତରୁ କବିତା ପୁଣି କେତେ ଲୁହ।
ମାଆ ଦିବସ ନ ଥିଲେ
ଆମେ କ’ଣ ସେମାନଙ୍କୁ ମନେ ପକେଇଥାଆନ୍ତେ!
ସେମାନେ ଥିଲେ ବୋଲି ଆମେ।
ଗତକାଲି ଆଜି
ପୁଣି ଆମେ ଥିବାଯାଏ
ବୋଉମାନେ ମାଆମାନେ
ଏମିତି ଥାଆନ୍ତୁ
ଥାଉ ଆମ ଫଟୋ ଲୋଡ଼ାଲୋଡ଼ି
ମନେପଡ଼ୁ ଲୁହ ଲହୁ କଥା
ଶୁଭୁଥାଉ ମାଆ ବୋଉ ଡାକ
ଛୁଇଁଯାଉ କୃତଜ୍ଞତାଭାବର ଲହଡ଼ି।
ସମସ୍ତଙ୍କୁ ମାଆ ଦିବସର ଶୁଭେଚ୍ଛା।