ରାୟବାହାଦୁର ନନ୍ଦକିଶୋର ଦାସ।

ମା’ ରମାଦେବୀଙ୍କ ଅଜା, କଟକ କିଶୋର-ପରିବାରର ମୂଳ ବରଗଛ।
୫/୬/୧୮୪୫ ରୁ ୬/୪/୧୮୯୪ ମାତ୍ର ୪୯ ବର୍ଷର ଜୀବନ।
ଜନ୍ମ କୁମୁଡ଼ା-ଜୟପୁର,ମାହାଙ୍ଗା। ଆକସ୍ମିକ ମୃତ୍ୟୁ ଅନୁଗୁଳରୁ ପୁରୀ ଯିବା ବାଟରେ, ପୁରୁଣାଗଡ଼ଠାରେ। ଯୋଗଦେଇଥାଆନ୍ତେ ପୁରୀରେ। ହେଇଥାନ୍ତେ ପ୍ରଥମ ଓଡ଼ିଆ କଲେକ୍ଟର୍‌। କାଳ ସହିଲାନି ।
କିରାଣିରୁ ଓଡ଼ିଶା ସ୍କୁଲ୍‌ ସମୂହର ଡେପୁଟି ଇନ୍ସପେକ୍ଟର, ଜଏଣ୍ଟ୍‌ ଇନ୍ସପେକ୍ଟର୍‌। ପୁଣି ବୃତ୍ତି ବଦଳେଇ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ୍ ସୁପରିଟେଣ୍ଡେଣ୍ଟ୍‌ ଗଡ଼ଜାତ ମାହାଲ୍‌ସ୍‌। ଡେପୁଟି କମିଶନର୍‌ ଥାଉ ଥାଉ ଚାଲିଗଲେ।
ଖୋଜି ବସିଲେ ଗୋଟିଏ ବୋଲି ଓଡ଼ିଆ ହାକିମ ନଥିଲେ କେଉଁଠି ।
ସେ ବେଳର ଏକମାତ୍ର ଅନୁପମ ଓଡ଼ିଆ ଯୋଦ୍ଧା
ନନ୍ଦକିଶୋର ।
୧୮୭୦ର ଘଡ଼ିସନ୍ଧି ବେଳେ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷାର ସୁରକ୍ଷା, ଓଡ଼ିଆରେ ପଢ଼ାବହି ଲେଖା, ମଧୁବାବୁଙ୍କୁ ଓଡ଼ିଶା ଫେରାଇ ଆଣିବା ଲାଗି ଐକାନ୍ତିକ ପ୍ରଚେଷ୍ଟା,
କନ୍ଧମାଳ ଓ ଅନୁଗୋଳର ପ୍ରଶାସକ ଭାବେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ ଏବଂ କଟକରେ କରଣ ସମାଜ ଗଠନ ଭଳି କେତେ ଯେ କାମ ସେ କରିଛନ୍ତି ତା’ର ହିସାବ ନାହିଁ। ଶେଷବେଳକୁ ୧୮୯୧-୧୮୯୪ ସେତେବେଳକା ଅନୁଗୁଳ ଜିଲ୍ଲାର ସେ ଥିଲେ ଡେପୁଟି କମିଶନର୍‌।
କୁଆଁପାଳ ନିକଟ ପ୍ରତିଭା ଭବନରେ ପାଳିତ ହେଲା ୧୮୦ତମ ଜୟନ୍ତୀ। ସାହିତ୍ୟ ସଂସ୍କୃତିର ମାଟି ମାହାଙ୍ଗା। ଯେଉଁଆଡ଼େ ଚାହିଁବ ସିଆଡ଼େ ବରପୁତ୍ରଙ୍କ ସ୍ମୃତି। ଅସୁମାରି।
ମନୀଷୀ-ଜୟନ୍ତୀ ନୂଆ ପିଢ଼ିପାଇଁ ସବୁବେଳେ ପ୍ରେରଣାର ଉତ୍ସ, ପ୍ରାର୍ଥନାର ଅବସର।
ଧନ୍ୟବାଦ ଓଡ଼ିଶା ସାହିତ୍ୟ ଏକାଡେମୀ।
ଧନ୍ୟବାଦ ମାହାଙ୍ଗା ବିକାଶ ପରିଷଦ।

Leave a Comment

Your email address will not be published. Required fields are marked *

Scroll to Top