ଲାଗିଲା ସେ ସେଇଠି ଥିଲେ ଆଢ଼ୁଆଳରେ।

୨/୯/୧୯୩୩ରେ ଆସି ୮/୫/୨୦୨୨ରେ ବାହୁଡ଼ି ଯାଇଛନ୍ତି। କାଲି ଥିଲା ତୃତୀୟବାର୍ଷିକ ସ୍ମୃତି ସଭା,
ଗୀତଗୋବିନ୍ଦ ସଦନରେ।
ବିଡ଼ମ୍ବନା।
କିଛି ସମୟ ଆଗରୁ ଚାଲିଗଲେ ସାନଭାଇ ପ୍ରଫେସର ପ୍ରଭାତ କୁମାର କର। ଦୁହେଁ ଗଲେ ୮୯ ବର୍ଷରେ ଏକା ତାରିଖରେ। ଆଶ୍ଚର୍ଯ୍ୟ।
ସ୍ବର୍ଗତ ଡ. ରଜତ କୁମାର କର ପଦ୍ମଶ୍ରୀ ବିମଣ୍ଡିତ। ହେଲେ ତା’ଙ୍କର ଯେ ଆଜୀବନ ପ୍ରଭୁ ଶ୍ରୀଜଗନ୍ନାଥ, ଠାକୁର ଅନୁକୂଳଚନ୍ଦ୍ର ଓ କବିନାଥ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତି ନିରତ କୃତଜ୍ଞଭାବ ତାହା ଅନନ୍ୟ ତଥା ଅତୁଳନୀୟ। ଗୁରୁ ବିଚ୍ଛନ୍ଦଚରଣଙ୍କ କଳିଙ୍ଗ ଭାରତୀର ସେ ଥିଲେ ସମର୍ପିତ ସେନାପତି।
ଅଧ୍ୟାପକ, ପ୍ରଶାସକ, ଭାଷ୍ୟକାର, ପ୍ରବକ୍ତା , ଅଭିନେତା, ଜଗନ୍ନାଥତତ୍ତ୍ବ ବିଶ୍ଲେଷକ, କବି, ପ୍ରାବନ୍ଧିକ, ଅଭିନେତା, ସ୍ତମ୍ଭକାର, ଗାଳ୍ପିକ, ପାଲା ସମୀକ୍ଷକ ଏବଂ ସର୍ବୋପରି ଓଡ଼ିଆ ଭାଷା ସାହିତ୍ୟ ପରିଚୟର ସୁରକ୍ଷକ। ୬୦୦ ସରିକି ବେତାର ନାଟକର ସ୍ରଷ୍ଟା। ସଂସ୍କୃତି ପୁରୁଷ। ଅସାମାନ୍ୟ ବାଗ୍ମୀ।
ମାହାଙ୍ଗା ମାଟିର କୀର୍ତ୍ତି-କେତନ।
ସେ ଥିଲେ ଅନେକରେ ଏକ।
ସ୍ମୃତିଚାରଣ ସ୍ମୃତିଚାରୀ ପାଇଁ ଭାବ-ଉନ୍ମେଷକ ପୁଣି କର୍ମ-ପ୍ରଚୋଦକ।
ସ୍ବର୍ଗତ କରଙ୍କ ସ୍ମୃତି ଆମକୁ ଅଧିକ ଓଡ଼ିଆ କରୁ, ଆଧ୍ୟାତ୍ମିକ କରୁ।
କିମାଧିକମ୍‌!
(ଆଲୋକ ଚିତ୍ର ସାବାସୀ – କୁମାରେଶ ମହାନ୍ତି )

Leave a Comment

Your email address will not be published. Required fields are marked *

Scroll to Top