ଚାରିଗୋଟି ସଂସ୍ଥା ମିଶି ସେଦିନ ପାଳିଲେ ତୃତୀୟ ଶ୍ରୀକ୍ଷେତ୍ର ସାହିତ୍ୟ ମହୋତ୍ସବ।
କବିତା ପାଠୋତ୍ସବ, ସମ୍ମାନ, ସମ୍ବର୍ଦ୍ଧନା, ଭାଷଣ ଆଦି କାର୍ଯ୍ୟକ୍ରମ ସହ “ନାକଚଣା” ପତ୍ରିକା ଉନ୍ମୋଚିତ ହେଲା।
ଏବେ ଛୋଟ ବଡ଼ ଅନେକ ସ୍ଥାନରେ ସାହିତ୍ୟକୁ ନେଇ ଉତ୍ସବ, ମହୋତ୍ସବମାନ ପାଳିତ ହେଉଛି। ଲିଟରେଚର୍ ଫେଷ୍ଟିଭାଲ୍। କିଏ କିଏ ସମାଲୋଚନା କରି କହୁଛନ୍ତି – ଅତି ହେଇଯାଉଛି। ଖାଲି ଧରାଧରି,ଶସ୍ତା ମାନପତ୍ର ବଣ୍ଟାବଣ୍ଟି।
ହେଲା ଏବେ ଅଭିଯୋଗ ସତ୍ୟ। ଏଥିରେ ଅସଂପୃକ୍ତମାନେ ଏତେ ଦୁଃଖିତ କାହିଁକି?
ସାହିତ୍ୟ ସଭାରେ କି କବିତା ପାଠୋତ୍ସବରେ ସାଧାରଣ ବ୍ୟକ୍ତି ବା ଗୃହିଣୀ କେତେ ଆସି ଭାଗନେବା, କବିତା ପଢ଼ିବା, ଦୁଇପଦ ମନକଥା କହିପାରିବା ନିଶ୍ଚିତରେ ଅଭିନନ୍ଦନୀୟ।
ଧାର୍ମିକ ମିଳନ ପରି ଏଥିରେ କାହା ପ୍ରତି କୁତ୍ସା ନଥାଏ। ଥାଏ ଦକ୍ଷତା ଅନୁସାରେ ନିଜକୁ ମୁକୁଳାଇପାରିବାର ବହମାନତା। ଟିକିଏ ସୁଖ। ଟିକେ ମିଳାମିଶା। ଆନନ୍ଦ।
ଜୀବନ ପାଇଁ ପାଣ୍ଡିତ୍ୟ ବଡ଼ ନୁହେଁ।
ଜଂଜାଳ ସାଗରରୁ ଆଂଜୁଳାଏ ସୁଖ ଟେକି ଧରିବା କ’ଣ କମ୍ କଥା!
ଯେତେ ଗାଆଁ ସେତେ ସାହିତ୍ୟ ଉତ୍ସବ ହେଉ। ବରଷକେ ଥରେ ସବୁ ଗାଆଁମୁଣ୍ଡ ସାହିତ୍ୟ-ମଣ୍ଡପ ପାଲଟିଗଲେ କ୍ଷତି କ’ଣ?
ଗପ,ଗୀତ ଓ ସୁଖଭାଷା ସକାଳର ଖରା ହୋଇ ସମସ୍ତଙ୍କୁ ଛୁଇଁଯାଉ। ପତ୍ରମାନେ ବି ଗୀତ ଗାଆନ୍ତୁ।
ନମସ୍କାର।