ସାରସ୍ବତ ସାଧକ କିଶୋରୀ ଚରଣ ଦାସ(୧୯୨୪-୨୦୦୪)ଙ୍କ ୧୦୧ତମ ଜୟନ୍ତୀ ସମାରୋହ

ଗତକାଲି ସନ୍ଧ୍ଯା ୦୧/୦୩/୨୫ ଶ୍ରୀରାମଚନ୍ଦ୍ର ଭବନ, କଟକରେ ଥିଲା ସାରସ୍ବତ ସାଧକ କିଶୋରୀ ଚରଣ ଦାସ(୧୯୨୪-୨୦୦୪)ଙ୍କ ୧୦୧ତମ ଜୟନ୍ତୀ ସମାରୋହ ତଥା ପୁରସ୍କାର ପ୍ରଦାନ ଉତ୍ସବ।
ଚାଳିଶ ବର୍ଷରୁ କମ୍‌ ଓଡ଼ିଆ ଗାଳ୍ପିକଙ୍କ ମେଳରୁ ବଛାହୋଇ କିଶୋରୀ ଚରଣ ଗଳ୍ପ ପୁରସ୍କାର ପାଇଲେ ଶ୍ରୀମାନ ସନ୍ତୋଷ କୁମାର ସାହୁ। ଅର୍ଥରାଶି ଦଶ ହଜାର।
କିଶୋରୀ ଚରଣ ଅସୁମାରି ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, କବିତା, ସମାଲୋଚନା, ଆତ୍ମଜୀବନୀ ସଙ୍ଗକୁ ଅନେକ ଅନୁବାଦ କରିଛନ୍ତି ଓ ଇଂରାଜି ଭାଷାରେ ଲେଖିଯାଇଛନ୍ତି କେତେ କେତେ ଅନବଦ୍ୟ ଲେଖା।
“ଭଙ୍ଗା ଖେଳନା”(୧୯୬୧)ରୁ “ନିଆଁ” (୨୦୦୪) ଯାଏ ସେ ଥିଲେ ଗଭୀର ଭାବେ ସୃଷ୍ଟିଶୀଳ। ମଧ୍ୟବିତ୍ତ ସାଧାରଣ ମଣିଷର ଭଲ ମନ୍ଦ, ଆଶା ନିରାଶା, ଜୀବନ ଯନ୍ତ୍ରଣା ଓ ସାମାଜିକ ଅସୁରକ୍ଷିତ ଭାବନାକୁ ଆପଣାର ପ୍ରତିଟି ସୃଷ୍ଟିରେ ସେ ଯେଉଁ ମନନଶୀଳ ଅନୁଶୀଳନ କରିଛନ୍ତି ତା’ର ପଟାନ୍ତର ନାହିଁ।
ଭଦ୍ର,ବିନୟୀ, ଗଭୀର ଚେତନଶୀଳ ଜୀବନାୟନ ତାଙ୍କ ସାରସ୍ବତ ଯାତ୍ରାରେ ବି ସବୁ କ୍ଷେତ୍ରରେ ପ୍ରତିଫଳିତ ହୋଇଛି। ସେ ଥିଲେ ଜଣେ ସମ୍ପୂର୍ଣ୍ଣ ସାହିତ୍ୟିକ।
କିଶୋରୀ ଚରଣତ୍ୱ ଆମକୁ ପୁଷ୍ଟ କରୁ।
ଜୟ ଜଗନ୍ନାଥ।

Leave a Comment

Your email address will not be published. Required fields are marked *

Scroll to Top