ସାହିତ୍ୟ ଓ ସିନେମା

ସିନେନିର୍ଦ୍ଦେଶକ ସବ୍ୟସାଚୀ ମାହାପାତ୍ର, ସିନେତାରକା ସବ୍ୟସାଚୀ ମିଶ୍ର, ସିନେସଂଳାପଲେଖକ ରଜନୀରଞ୍ଜନ ଦାଶ ଓ ସିନେସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ସମେତ ପ୍ରାୟ କୋଡ଼ିଏ ଜଣ ଲେଖକ ଲେଖିକା ଗତକାଲି ସନ୍ଧ୍ୟାରେ “ସାହିତ୍ୟ ଓ ସିନେମା”କୁ ନେଇ ଗୀତଗୋବିନ୍ଦ ସଦନ ମିନି ପ୍ରେକ୍ଷାଳୟରେ ଆଲୋଚନା କଲେ।
ମନଖୋଲା।
ସିନେମାଟିଏ କଲାବେଳେ ପ୍ରଯୋଜକ ଓ ନିର୍ଦ୍ଦେଶକ ବିଷୟଚୟନରେ ପ୍ରମୁଖ ଭୂମିକା ନେଇଥାନ୍ତି। ଯାହା ନ ଚାଲିବ ସେମିତିକା ସିନେମା କିଏ କାହିଁକି କରିବେ? ପ୍ରଯୋଜକ ଓ ନିର୍ଦ୍ଦେଶକ ଯେଉଁଠି ଜଣେ ସେ ପ୍ରକୃତରେ ନିଜେ ଅସଲ ନିୟାମକ ସାଜନ୍ତି । ଭଲ ଉପନ୍ୟାସ ବା ଗପ କାଳେକାଳେ ଏଥିଲାଗି ବଛାଯାଇଥାଏ। ବାଛିବା ଦାୟିତ୍ବ ତାଙ୍କର। ମୂଳ ଶୀର୍ଷକ ରଖିବା ଜରୁରି କାରଣ ପ୍ରସିଦ୍ଧି ହାସଲ କରିଥିବା ଲେଖାଟି ଲୋକପ୍ରିୟ ହୋଇଥାଏ ସେଇ ନାମ ଆଧାରରେ। “ମାଟିର ମଣିଷ”କୁ “ବରଜୁ” କରିଦେଲେ ବିଷୟ-ଆକର୍ଷଣ ରହିବ ନାହିଁ ମୋଟେ।
ବେଳେବେଳେ ଗୋଟେ ଗୋଟେ ନାଆଁ ପୁରୁଣାଦିନିଆ ହୋଇଥିବା ହେତୁ ଅବାଗିଆ ଲାଗିପାରେ ହେଲେ ସେ ବେଳର ଲେଖକ ତ ସେମିତି ଲେଖିଥିଲେ, ଆମେ ବଦଳାଇବାକୁ କିଏ? ଲକ୍ଷ୍ମୀକାନ୍ତ “କଣାମାମୁଁ” ଲେଖିଛନ୍ତି। ଆମେ ଆଜି କାହାକୁ କଣା କହିବା ଦୋଷାବହ ହେଲେ ବି ଉପନ୍ୟାସର ଶୀର୍ଷକ ବଦଳାଇଦେବା ଆହୁରି ଅଧିକ ଦୋଷାବହ ହେବ।
ଅନୁରୂପ ଭାବେ ପଂକୀରମୋହନଙ୍କ “ରାଣ୍ଡୀପୁଅ ଅନନ୍ତା” ଗପ।
ଆମେ ଗପର ମୁହଁ କାଟିଦେବାକୁ କିଏ? ସେମିତିରେ ଉକ୍ତ ଶୀର୍ଷକଟି ଜଣେ ଦୁର୍ଦ୍ଧର୍ଷ ଯୁବକ ପାଇଁ ପ୍ରତୀକାତ୍ମକ ଭାବେ ବ୍ୟବହୃତ ହୋଇଛି ମାତ୍ର। ଅଶ୍ଳୀଳ କାହିଁକି ହେବ?
“ରାଣ୍ଡୀପୁଅ ଅନନ୍ତା” ବିଷୟକୁ “ଅନନ୍ତା” ନାଆଁ ଦେଇ ରଖାଯାଇପାରେ ହେଲେ ଫକୀରମୋହନଙ୍କ ସେଇ ନାମର ଗପ ଉପରେ ଆଧାରିତ ବୋଲି ଲେଖିବାକୁ ପଡ଼ିବ ନିଶ୍ଚୟ।
ସମସ୍ତଙ୍କର ଯୋଗଦାନ ଥିଲା ବେଶ୍‌ ଅନ୍ତରଙ୍ଗ, ଗୁରୁତ୍ବପୂର୍ଣ୍ଣ।
ଧନ୍ୟବାଦ।
ଜୟ କଳା।

Leave a Comment

Your email address will not be published. Required fields are marked *

Scroll to Top