“ସ୍ମୃତି ସାନ୍ତ୍ବନା” ଅନୁଷ୍ଠାନ ୧୬/୦୪/୨୦୨୫ରେ ଆପଣାର ବାର୍ଷିକ ଉତ୍ସବ ପାଳିବା ସହ ତା’ର ମହାବିଷୁବ ନୈବେଦ୍ଯ ତଥା ସେଇ ନାମଧାରୀ ତିନିମାସିଆ ପତ୍ରିକାର “ଆମ ପର୍ବପର୍ବାଣି ସ୍ବତନ୍ତ୍ର ସଂଖ୍ୟା” ପ୍ରକାଶ କଲା।
ସ୍ଥାନଟି ଥିଲା ବୁଦ୍ଧ ମନ୍ଦିର, ୟୁନିଟ୍-୯,
ଭୁବନେଶ୍ବର।
ଏ ଅବସରରେ କବିତା ପାଠ, ପୁସ୍ତକ ଉନ୍ମୋଚନ ସଙ୍ଗକୁ ସମ୍ମାନ, ସମ୍ବର୍ଦ୍ଧନା ଉତ୍ସବ ମଧ୍ୟ ପାଳନ କରାଗଲା।
ସବୁ ମୂଳରେ ସୁସାହିତ୍ୟିକା ଶ୍ରୀମତୀ ସବିତାରାଣୀ ବେହେରା।
୧୪ ବର୍ଷର ସଂଗଠନ।
ଲକ୍ଷ୍ୟ ହେଲା –
‘ଜୀବନ ଦିଅଇ ମନଲାଖି ବନ୍ଧୁ
ବନ୍ଧୁ ଦେଇଥାଏ ନବଜୀବନ,
ସ୍ମୃତିରୁ ସାନ୍ତ୍ବନା ସାଉଁଟି ପାରିଲେ
ବନ୍ଧୁତ୍ୱ ଅମୃତ କରିବା ପାନ।”
ଏ ଅନୁଷ୍ଠାନ ଏବେ କିନ୍ତୁ ଗୋଟିଏ କମିଟି ହାତକୁ ଗଲା। ସେ କମିଟିର ମୁଖ୍ୟ ରହିଲେ ଡ. ଗଙ୍ଗାଧର ମିଶ୍ର।
ଆଶା କରିବା ‘ସ୍ମୃତି ସାନ୍ତ୍ବନା’ ତାହାର
ସାରସ୍ବତ ଅବଦାନ ପୂର୍ବ ଭଳି ଉଜ୍ଜୀବିତ କରି ରଖିବ।
ଶୁଭମସ୍ତୁ।
ଜୟ ଜଗନ୍ନାଥ।