ଧାମର ଅର୍ଥ ସ୍ଥାନ ।
ହେଲେ ଯେ କୌଣସି ସ୍ଥାନ ଧାମ ନୁହେଁ।
ଶୁଭଦ ଓ ପବିତ୍ର ସ୍ଥାନ ଧାମରେ ପରିଣତ ହୁଏ ।
ଆଜି ତିଆରି କରି କେଉଁ ନିର୍ମାଣକୁ ଏ ମାନ୍ଯତା ଦିଆଯାଇ ପାରିବ ନାହିଁ।
ଘର ବି ଧାମ ପାଲଟି ପାରେ ।
ଚତୁର୍ଧ୍ଧାମ, ସ୍ୱର୍ଗଧାମ, ମର୍ତ୍ତ୍ଯଧାମ ସେଇ ଶୁଭଦ ତଥା ପବିତ୍ରତା କାରଣରୁ ସେପରି ନାମିତ ।
କ୍ଷୀରରୁ ଘିଅ ହୁଏ । ସେଥିପାଇଁ ସମୟ ଲାଗେ ।
ସେମିତି ଆଜି ମନ୍ଦିରଟିଏ ଗଢ଼ି ତା’ର ପରିସରକୁ ଧାମ କହିବା ଅସମୀଚୀନ ।
କୌଣସି ଭୂମି ଆପେ ଗୋଟିଏ ଦିନରେ ପବିତ୍ର ବା ତୀର୍ଥସ୍ଥାନରେ ପରିଣତ ହୁଏନାହିଁ ।
ଧା+ମନ୍= ଧାମ
କୁଡ଼ିଆ ଥାଇ ବି ତାହା ପବିତ୍ର ରହିଲେ ଆପେ ହୁଏ ଧାମ ।
ଆସନ୍ତୁ ଧାମୀ ହେବା ।