ବ୍ୟାସବିହାର ବାଲେଶ୍ବର

୧୬/୦୫/୨୦୨୫
ବ୍ୟାସବିହାର।
ବାଲେଶ୍ବର।
ବୟସ ବଢ଼ିଲେ କଥା ଅଟକିଯାଇପାରେ ହେଲେ ମରିବାଯାଏ ଶୁଣିବା, ଜାଣିବା ଓ ଶିଖିବାର ଶେଷନାହିଁ।
ସାହିତ୍ୟ ଶିଖାଏ, ସୁଖଦିଏ, ସଖ୍ୟଦିଏ ପୁଣି ଉତ୍ତରିତ କରେ।
ଫକୀରମୋହନ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସାହିତ୍ୟ ଉତ୍ସବ ପାଳିଲେ।
କେତେ କ’ଣ ଜାଣିବା ଓ ଶିଖିବାର ଅବସର ଦେଲେ। ନିଜେ କାର୍ଯ୍ଯଗ୍ରାହୀ ସାଜି ଅତିଥି ଓ ଅଭ୍ୟାଗତଙ୍କ ଚର୍ଚ୍ଚା କଲେ।
କ୍ୟାମ୍ପସ୍‌ରେ ସକାଳଟା ପଢ଼ାବେଳର ସମୟ ପରି ଲାଗିଲା। ମନ ପହଁରିଲା।
ବିଶ୍ଵବିଦ୍ୟାଳୟଟିଏ ସାହିତ୍ୟ ସହ ସଙ୍ଗାତ ବସିବା ନୂଆକଥା ନିଶ୍ଚୟ।
ଧନ୍ୟବାଦ କୁଳପତି ଆପଣେ।
ଧନ୍ୟବାଦ ଓଡ଼ିଆ ବିଭାଗ।
ଜୟ ମା’ ଉତ୍କଳ ଭାରତୀ।

Leave a Comment

Your email address will not be published. Required fields are marked *

Scroll to Top