କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଉତ୍ସବ

୨୮/୦୪/୨୫
ସନ୍ଧ୍ୟା।
ଜୟଦେବ ଭବନରେ ରାଜ୍ୟ ସରକାରଙ୍କ ତରଫରୁ ପାଳିତ ହେଲା କୁଳବୃଦ୍ଧ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଉତ୍ସବ।
ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଥିଲେ ମୁଖ୍ୟ ଅତିଥି।
ମଧୁସୂଦନ କେବଳ ବିଚକ୍ଷଣ ଓକିଲ ନଥିଲେ। ପରିଚୟ ହରାଇ ଓଡ଼ିଆ ଜାତି ସଗର ବଂଶଧରଙ୍କ ପରି ଛଟପଟ ହେଉଥିବା ବେଳେ ସେ ସାଜିଥିଲେ ଜାତି-ଭଗୀରଥ। ନିଜର ସମସ୍ତ ରୋଜଗାରକୁ ବାଜି ଲଗେଇ ଗଢ଼ିଥିଲେ ଉତ୍କଳ ସଭା, ଓଡ଼ିଶା ଆର୍ଟଓୟାର, ଉତ୍କଳ ସମ୍ମିଳନୀ ପୁଣି ଉତ୍କଳ ଟ୍ୟାନେରି। ଆହୁରି କେତେ କ’ଣ। ଅଗଣନ।
ସବୁ କେବଳ ଓଡ଼ିଆଙ୍କ ଟେକ ରଖିବାପାଇଁ।
ଶିଳ୍ପ ନୈପୁଣ୍ୟ ସଙ୍ଗକୁ ଏଇ ଟ୍ୟାନେରି
ଦିନେ ବିଶ୍ବ ବଜାରରେ ଓଡ଼ିଶା ମାଟିର ଗୌରବ କେତନ ପାଲଟିଥିଲା। ରେଳ ଲାଇନ୍‌ କଡ଼ ଚାଉଳିଆଗଞ୍ଜ ଅଞ୍ଚଳସ୍ଥ ୩୯ ଏକର ପରିମିତ ଜମିରେ ଥିଲା ଏ କାରଖାନା। ମେକ୍ ଇନ୍‌ ଓଡ଼ିଶାର ଆଦର୍ଶ ତଥା ଆଦ୍ୟ ଉଚ୍ଚାରଣ।
ସାରା ଭାରତରେ ସୁଦ୍ଧା ଅଦ୍ୱିତୀୟ।
ଆଜି ଚିହ୍ନବର୍ଣ୍ଣ ନାଇଁ। ପାଠ୍ୟପୁସ୍ତକଗୁଡ଼ିକରେ ବି
ମଧୁସୂଦନ ନାହାନ୍ତି। ଓଡ଼ିଆ ପିଲାଏ ତାଙ୍କୁ ଜାଣିବେ କେମିତି?
ସହୃଦୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି ସ୍ଥାନ ଚିହ୍ନଟ କରି ସେଇଠି କୀର୍ତ୍ତିସ୍ତମ୍ଭଟିଏ ଗଢ଼ାଇବେ।
ସଭିଏଁ ଜାଣିବେ ଦଧିଚିଙ୍କ ପରି ସର୍ବସ୍ୱ ଦାନ କରି ଦିନେ ଉତ୍କଳ ଗୌରବ ମଧୁସୂଦନ ଏଇଠି ଓଡ଼ିଶାର ଯଶରକ୍ଷା ଲାଗି ଗଢ଼ିଥିଲେ ପ୍ରଥମ ଶିଳ୍ପ-ଇମାରତ୍‌। ଜାତି ପାଇଁ ସର୍ବହରା ହେଇ ପ୍ରାଣତ୍ୟାଗ କରିଥିଲେ।
ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମହୋଦୟ।
ଜୟ ଓଡ଼ିଶା।

Leave a Comment

Your email address will not be published. Required fields are marked *

Scroll to Top