ଓକିଲ ଦିବସ

ଅପ୍ରେଲ୍ ୨୮, ଉତ୍କଳଗୌରବ ମଧୁସୂଦନଙ୍କ ଜୟନ୍ତୀ ଦିନଟି “ଓକିଲ ଦିବସ” ଭାବରେ ସାରା ଓଡ଼ିଶାରେ ପାଳିତ ହୁଏ।
ସେ ଥିଲେ ପ୍ରଥମ ଓଡ଼ିଆ ଓକିଲ। ରାଜପୁତ୍ର ଭଳି ଥିଲା ରୋଜଗାର।
ହେଲେ ନିଜ ମାଆ ମାଟି ପାଇଁ ସର୍ବସ୍ୱ ତ୍ୟାଗ କରି ଦେବାଳିଆ ହୋଇଥିଲେ।
ଅନ୍ୟାୟ ବିରୋଧରେ ଚିରକାଳ ଲଢ଼େଇ କରିଥିଲେ। ଓକିଲାତି ପାଉଣା ଲାଗି କାହାକୁ କେବେ କିଛି ମାଗି ନାହାନ୍ତି ଅଥଚ ପାଇଛନ୍ତି ଅଜସ୍ର।
କେଉଁଝର ରାଜା ଧନୁର୍ଜ୍ଜୟ ନାରାୟଣ ଭଞ୍ଜ ଓ ଖଣ୍ଡପଡ଼ା ରାଜା ନଟବର ସିଂହ ମର୍ଦ୍ଦରାଜ ତ କୃତଜ୍ଞତାରେ ତା’ଙ୍କ ପାଇଁ ଖାଲି କରିଦେଇଥିଲେ ଆପଣା ରାଜକୋଷ।
ଅସହାୟ ଗରିବଙ୍କ ପାଇଁ ମାଗଣାରେ ଲଢ଼ିଛନ୍ତି ଜୀବନ ସାରା।
ବିଚକ୍ଷଣ ଆଇନ୍‌ ବିଶ୍ଳେଷକ, ଆଇନ୍‌ଶାସ୍ତ୍ରୀ।
ଜଗନ୍ନାଥ ମନ୍ଦିର ପରିଚାଳନାକୁ ବ୍ରିଟିସ୍ ସରକାର ହାତରୁ ଛଡ଼ାଇ ଆଣିଥିଲେ ସେ। ପ୍ରିଭି କାଉନସିଲ୍‌ ସ୍ତର ଯାଏ ଯାଇ ପୁରୁଣା ଆଇନ୍‌ ବଦଳେଇ ୧୯୨୩ରେ ପାଳିତା କନ୍ୟା ଶୈଳବାଳାଙ୍କ ଭଉଣୀ ସୁଧାଂଶୁବାଳା ହାଜରାଙ୍କୁ କରିଥିଲେ ଭାରତର ପ୍ରଥମ ମହିଳା ଓକିଲ।
ଉଇକିପିଡିଆରେ କିନ୍ତୁ ଦରଜ ହୋଇଛି କର୍ନେଲିଆ ସୋରାବ୍‌ଜୀଙ୍କ ନାଆଁ। ଆଇନ୍‌ ବଦଳେଇବା ଲୋକ ମଧୁବାବୁ ଅଥଚ କେହି ତା’ଙ୍କ ନାଁ ଧରନ୍ତିନି ଭାରତରେ।
ମଧୁସୂଦନ ସାରା ଓକିଲ ସମାଜ ନିମନ୍ତେ ଆଦର୍ଶ। ଦେବତା ଭଳି ମଣିଷ। କେତେ କାହାଣୀ, କେତେ ଉଦାହରଣ। ଅସରନ୍ତି।
ଭୁବନେଶ୍ବର ବାର୍‌ ଆସୋସିଏସନ୍‌ ଚମତ୍କାର ଢଙ୍ଗରେ ପାଳିଲେ “ଓକିଲ ଦିବସ”।
ସବୁ ଓକିଲ ବନ୍ଧୁଙ୍କୁ ଶୁଭେଚ୍ଛା।
ଜୟ ମଧୁସୂଦନ।

Leave a Comment

Your email address will not be published. Required fields are marked *

Scroll to Top