ଆଜି ବିଶ୍ବ ବହି ଦିବସ

ବହିର ଦିନ।
ଯାହା ବହନ କରେ ତାହା ବହି ନୁହେଁ। ସେମିତି ହେଲେ ତ ଶଗଡ଼ରୁ ଟ୍ରକ୍‌ ଯାଏ ସବୁ ବହି ନାଁ ପାଇବେ!
ଯାହା ପୃଷ୍ଠରେ/ପୃଷ୍ଠାରେ ଭାବ ବହନ କରେ ତାହା ବହି। ଅନେକ ସମୟରେ କୁଭାବନା ବହି ଭିତରେ ପଶି ମଣିଷସମାଜକୁ ଅସ୍ତବ୍ୟସ୍ତ କରେ। ହିଂସା ତଥା ଅପସଂସ୍କୃତିରେ ପୂରାଇ ଦିଏ।
ଅକଥାମାନ ପ୍ରଚାର କରେ।
ଅସଲ ବହି ସେଇ ଯେ ମଣିଷ ଭିତରେ
ସୁଖ, ଶାନ୍ତି, ପ୍ରେମ ବାଣ୍ଟେ। ଅନ୍ଧାରରୁ ଆଲୋକ ଆଡ଼କୁ ନିଏ। ସାଙ୍ଗ ହୁଏ, ହାତ ଧରେ। ବାଟ ଦେଖାଏ।
ଶୁଭ ଭାବନା ବହନ କରେ ବୋଲି ସେ ବହି।
କେତେ କେତେ ଆଲୋକିତ କଥାକୁ ଗ୍ରଥିତ କରି ରଖେ ବୋଲି ସେ ଗ୍ରନ୍ଥ।
ପୁସ୍ତିନ୍‌, ପିଠି। ପୃଷ୍ଠାସମୂହକୁ ପିଠିରେ ବାନ୍ଧି ଧରି ରଖୁଥିବାରୁ ତା’ର ନାମ ପୁସ୍ତକ।
ପୁସ୍ତି ଦେଶଜ ଶବ୍ଦରୁ ପୋଥି।
ଆଜି ଅକ୍ଷର ତଥା କେଉଁଠି କେଉଁଠି ଛବି ସଜାଣରେ ସଜ୍ଜିତ ଓ ଗ୍ରଥିତ ଗ୍ରନ୍ଥପୁରୁଷମାନଙ୍କ ଦିବସ। ଆମ ସମସ୍ତଙ୍କ ସକାଶେ ବହିମନସ୍କତାର ଦିନ। ଆଲୁଅ ଖୋଜିବାର ଅବସର।
ଭଲ ବହିମାନେ ପିଲା,ବୁଢ଼ା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
ଜୟ ପ୍ରଭୁ ଶ୍ରୀଗଣେଶ।
ଜୟ ମା’ ସରସ୍ୱତୀ।

Leave a Comment

Your email address will not be published. Required fields are marked *

Scroll to Top