ରାଉରକେଲା କେବଳ ଲୁହା ତରଳାଏନି ମନ ବି ତରଳାଏ

ରାଉରକେଲା କେବଳ ଲୁହା ତରଳାଏନି ମନ ବି ତରଳାଏ। ସାହିତ୍ୟ କର୍ମ କରାଏ, କବିତା ଲେଖାଏ ପୁଣି ନାନା ସାଂସ୍କୃତିକ କାର୍ଯ୍ୟକ୍ରମ କରି ପ୍ରତି ଜୀବନକୁ ସବୁଜ ସୁନ୍ଦର ରଖିବାକୁ ଚେଷ୍ଟା କରେ।
“ସ୍ୱସ୍ତି ସାହିତ୍ୟ ସଂସଦ, ରାଉରକେଲା” ଫେବ୍ରୃଆରି ୨୨,୨୩ ଦୁଇଦିନ ଧରି “କବିତାୟନ” ଉତ୍ସବ ପାଳିଲା। ଗୋପବନ୍ଧୁ ପାଠାଗାରଠାରେ ସାହିତ୍ୟାଲୋଚନା, ସିଭିକ୍‌ ସେଣ୍ଟର୍ ରେ କବିତିକା ସହ ଶବ୍ଦସଂଗୀତ, ଆଲୋକ ଓ ମଞ୍ଚ ସଜାକୁ ଆଧାରକରି କବିତାପାଠ। ଶେଷକୁ କଚାରୁ, ବିଜୁବନ୍‌ସ୍ଥିତ “କ୍ରେଜି କୋଏଲ୍‌” ପରିସରରେ ବନବିହାର ସହ ସୃଜନସଂଳାପ, ସୃଜନଆଳାପ ଆଦି କେତେ କଥା ହେଲା।
ସାରା ଓଡ଼ିଶାରୁ କବି, ଲେଖକ ଏକାଠି ହୋଇ ସାହିତ୍ୟମଉଜ କଲେ। କବିତା ଡେଇଁଲା କୁଦିଲା, ସଂଗୀତ ଛିଟ୍‌କିଲା। ନାଚ, ଅଭିନୟ ବି ଡେଣା ମେଲାଇ ଧାଇଁ ଆସିଲେ।
ସଭିଏଁ ପେଟେ ପେଟେ ଭାବସୁଖ ଧରି ଫେରିଲେ। ଅସୁମାରି ଫଟୋଉଠା, ହସ ପରିହାସ।
ବିଚିତ୍ର ଏ ସାହିତ୍ୟ।
ଦୁଃଖର ଫଟା ମାଟିକାନ୍ଥକୁ ବି ଲିପିପୋଛି ତହିଁରେ ସୁଖର ଝୋଟି ପାରିଦିଏ।
ଧନ୍ୟବାଦ ସ୍ୱସ୍ତି ପରିବାର।
ଧନ୍ୟବାଦ ରାଉରକେଲା।

Leave a Comment

Your email address will not be published. Required fields are marked *

Scroll to Top