କିଏସେ ଡାହୁକ
କିଏ କେଳିହଂସ
କିଏସେ କୋଚିଲାଖାଇ
ସାରା ପକ୍ଷୀକୁଳ
ଭାଷା ଆନ ଆନ
ଏକକୁ ଆରେକ ଭାଇ
ହେଲେ ମୋ ଓଡ଼ିଆ ଭାଷା;
ହଳଦୀବସନ୍ତ
ପରି ଅପରୂପା
ଜଗାଏ ଫଗୁଣ ଆଶା
ତା’ ଡାକ ବାଜିଲେ କାନେ;
ଭାବ ସାଗରରେ
ତରଙ୍ଗ ନାଚଇ
ମଧୁର ଆଳାପ ତାନେ।
କିଏସେ ଡାହୁକ
କିଏ କେଳିହଂସ
କିଏସେ କୋଚିଲାଖାଇ
ସାରା ପକ୍ଷୀକୁଳ
ଭାଷା ଆନ ଆନ
ଏକକୁ ଆରେକ ଭାଇ
ହେଲେ ମୋ ଓଡ଼ିଆ ଭାଷା;
ହଳଦୀବସନ୍ତ
ପରି ଅପରୂପା
ଜଗାଏ ଫଗୁଣ ଆଶା
ତା’ ଡାକ ବାଜିଲେ କାନେ;
ଭାବ ସାଗରରେ
ତରଙ୍ଗ ନାଚଇ
ମଧୁର ଆଳାପ ତାନେ।